Breaking PLUSଓଡ଼ିଶାଦୁର୍ଘଟଣା
ମହୁ ମାଛି ଆକ୍ରମଣରେ ଦୁଇ ମୃତ
ବାଲିଗୁଡ଼ା/ ବଣାଇ : ମହୁ ମାଛି ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଘଟଣ ଘଟିଛି କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା କେଲେମାହା ଗାଁରେ ମହୁ ମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରୁଦେବ ପ୍ରଧାନ ।
ଗୁରୁଦେବ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ବରଗଛରେ ଉପରେ ଚଢ଼ି ସେ ମହୁ ସଂଗ୍ରହ କରୁଥିବା ସମୟରେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗଛ ଉପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଗୁରୁଦେବଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏନେଇ ସାରଙ୍ଗଗଡ଼ ଥାନାକୁ ଖବର ଦେଇଥିଲେ। ବନ ବିଭାଗ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଗୁରୁଦେବଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।