Breaking PLUSଓଡ଼ିଶାମୁଖ୍ୟ ଖବର

ଗଛରେ ପିଟିହେଲା କାର୍ , ଦୁଇ ମୃତ

କୋଣାର୍କ : ଗଛରେ ପିଟିହେଲା କାର୍ , ଦୁଇ ମୃତ। କୋଣାର୍କ ଗୋପ ରାସ୍ତା ଝୁଣେଇ ବଜାର ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟି ହୋଇଯାଇଛି। ଫଳରେ କାରରେ ଥିବା ଦୁଇ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କାର୍ ଡ୍ରାଇଭର ତାପସ ସାହୁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣ ନିଆଳି କଣ୍ଟାପଡା ଅଞ୍ଚଳର ବିଶ୍ଵଜିତ୍ ସାହୁ ଏବଂ ଭୁବନେଶ୍ଵରର ପ୍ରଦୀପ୍ତ ବେହେରା ବୋଲି ଜଣାପଡିଛି। ଏମାନେ ସମସ୍ତେ ଭୁବନେଶ୍ଵରରୁ କୋଣାର୍କ ଆସୁଥିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।  ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button