Breaking PLUSଅପରାଧଆଇନ କାନୁନଦୁର୍ଘଟଣା

ପାରିବାରିକ କଳହକୁ ନେଇ ଆଈକୁ ପିଟିପିଟି ମାରିଦେଲେ ଦୁଇ ନାତି

ରେଢ଼ାଖୋଲ: ପାରିବାରିକ କଳହକୁ ନେଇ ଏଭଳି କରୁଣ ପରିଣତି।  କଳହକୁ ନେଇ ଆଈକୁ ପିଟି ମାରିଦେଲେ ଦୁଇ ନାତି। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲବଳମ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତକ ଜଣକ ୭୦ ବର୍ଷିୟା ସୁକାନ୍ତି ମୁଣ୍ଡା। ତେଣେ ଅଘଟଣ ଘଟାଇବା ପରେ ଦୁଇ ନାତି ଫେରାର ହୋଇଯାଇଥିବା ଜଣାପଡିଛି। ଦୁଇ ଅଭିଯୁକ୍ତ ହେଲେ ପଦ୍ମସର ମୁଣ୍ଡା ଓ ପଦଚରଣ ମୁଣ୍ଡା। ସୂଚନା ମୁତାବକ, ଜମିବାଡ଼ିକୁ ନେଇ ପାରିବାରିକ ଝଗଡ଼ା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଆଈ ଉପରେ ଦୁଇ ନାତି ଆକ୍ରମଣ କରିଥିଲେ। ନାତିମାନଙ୍କ ଠେଙ୍ଗାମାଡ଼ରେ ସେ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନିଆଯାଇଥିଲା। ହେଲେ ଚିକିତ୍ସା କରିବାର କିଛି ଘଣ୍ଟା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତାହାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

Show More

Related Articles

Back to top button