Breaking PLUSଓଡ଼ିଶାମୁଖ୍ୟ ଖବର
ବାଇକ-ସ୍କୁଟି ଧକ୍କା, 2ଗୁରୁତର

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଜୁନାଡିହି-କୁଚିଣ୍ଡା ରାସ୍ତାର ଲଇଡାସ୍ଥିତ ବିଦ୍ୟୁତ ଗ୍ରୀଡ୍ ସାମ୍ନାରେ ଗୁରୁବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି। ଫଳରେ ଉଭୟ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ କୁଚିଣ୍ଡାର ଉତ୍କର୍ଷ ଅଗ୍ରୱାଲ ଏବଂ ଦେବଗଡ ଜିଲ୍ଲାର ରାକେଶ ବିଶ୍ବାଳ। ୧୦୮ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଲଇଡାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।