Breaking PLUSଦେଶମୁଖ୍ୟ ଖବର
ଏନକାଉଂଟରରେ 2 ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ପୁଲିସକୁ ବଡ ସଫଳତା ମିଳିଛି। ଦନ୍ତେଓ୍ବାଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି। ସର୍ଚ୍ଚ ଅପରେସନ୍ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ। ଏସଟିଏଫ୍ , ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ଅପରେସନ୍ ବେଳେ ଏହି ସଫଳତା ମିଳିଛି। ଅପରେସନ୍ ରେ ୪୦୦ କୋବ୍ରା ଯବାନ୍ ନିୟୋଜିତ ହୋଇଛନ୍ତି।