Breaking PLUSଓଡ଼ିଶାମୁଖ୍ୟ ଖବର

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା

ମାଲକାନଗିର: ତେଲେଙ୍ଗାନା ପୁଲିସ ନିକଟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ରାଜ୍ୟ କମିଟି ସଦସ୍ୟ ବାଣ୍ଡି ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ମାଓ ନେତା ପୁଲୁରି ପ୍ରସାଦର ଘର ତେଲେଙ୍ଗାନାରେ। ୪୫ ବର୍ଷ ଧରି ପୁଲୁରି ମାଓ ସଂଗଠନ ସହ ଜଡ଼ିତ ଥିଲେ। ୧୯୯୮ରେ ପୁଲୁରି କୁରସାଙ୍ଗି ମୁଥିବାଇ ଓରଫ ରାଧିକାକୁ ବିବାହ କରିଥିଲେ। ରାଧିକା ଡିଭିସିଏମ୍‌ ସଦସ୍ୟ ଥିଲେ। ୨୦୧୩ରେ ରାଧିକା ପୋଲାଭରମ ଅଂଚଳରେ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ୨୦୧୫ରେ ଜେଲରୁ ମୁକୁଳି ଘରେ ଅଛନ୍ତି ରାଧିକା।

Show More

Related Articles

Back to top button