Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ହାଇଦ୍ରାବାଦରୁ 2 ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ : ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପୁଲିସ ଏକ ମିଳିତ ଅପରେସନ୍‌ରେ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଏମାନେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ୨ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ନିବାସୀ। ଏମାନେ ବିସ୍ଫୋରଣର ପରୀକ୍ଷଣ କରିବା ପାଇଁ ଯୋଜନା କରୁଥିଲେ । ଯେପରି ବିସ୍ଫୋରଣକୁ ସୁନିଶ୍ଚିତ ରୂପ ଦେଇପାରିବେ। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସମୀର ଓ ସିରାଜ୍‌ ଓରଫ ରହମାନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନେ ଆଇଏସଆଇଏସ ସହ ଜଡିତ ବୋଲି ପୁଲିସ ସନ୍ଦେହ କରୁଛି। ସିରାଜ ଏହାର ମାଷ୍ଟରମାଇଣ୍ଡ ଥିବା ବେଳେ ସମୀର ତା’ର ସହଯୋଗୀ।

Show More

Related Articles

Back to top button