Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବାରମୂଳାରୁ 2 ଆତଙ୍କବାଦୀ ଗିରଫ

ବାରମୂଳା: ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲାରୁ 2ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ସୁରକ୍ଷାକର୍ମୀ । ଅପରେସନ ଇଗଲରେ ଏହି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଗୁଇନ୍ଦା ସୂଚନା ପାଇବା ପରେ ସେପ୍ଟେମ୍ବର 14 ତାରିଖରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା କିନ୍ତୁ ଦୁଇଜଣ ଯାକ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ତେବେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଗିରଫ କରିଛନ୍ତି । ଆତଙ୍କବାଦୀଙ୍କ ନିକଟରୁ 2ଟି ପିସ୍ତଲ, 5ଟି ହ୍ୟାଣ୍ଡ ଗ୍ରେନେଡ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Show More

Related Articles

Back to top button