Breaking PLUSଦେଶମୁଖ୍ୟ ଖବର

ଜମ୍ମୁ କଶ୍ମୀରରେ ଗୁଳି ବିନିମୟ, 2 ଆତଙ୍କବାଦୀ ନିହତ

ଶ୍ରୀନଗର- ଜାମ୍ମୁ-କାଶ୍ମୀରର କାଠୁଆରେ ବୁଧବାର ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛି। କାଠୁଆ-ବସନ୍ତଗଡ଼ ସୀମାନ୍ତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଅର୍ଦ୍ଧସାମରିକ ବାହିନୀ, ଏସଓଜି ଯବାନ ଏବଂ ପୁଲିସ ପକ୍ଷରୁ ଏକ ମିଳିତ ଅପରେସନ କରାଯାଇଥିଲା। ଯବାନମାନେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳନୀ ନିକଟତର ହେବା ପରେ ସେମାନଙ୍କ ଉପରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହି ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ।  ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ଅତିରିକ୍ତ ଫୋର୍ସ ପଠାଯାଇଥିଲା।  ଏଥିରେ ୨ ଆତଙ୍କୀ ନିହତ ହୋଇଥିଲେ

Show More

Related Articles

Leave a Reply

Your email address will not be published. Required fields are marked *

Back to top button