Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଉଦ୍ଧବଙ୍କୁ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ଯୋଗଦେଲେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ : ମହାରାଷ୍ଟ୍ରରେ ପ୍ରତିଦିନ ବଦଳୁଛି ରାଜନୈତିକ ଘଟଣାକ୍ରମ। ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଲାଗିଛି ଆଉ ଏକ ଝଟକା। ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ତାଙ୍କର ସମର୍ଥନ ଜଣାଇଛନ୍ତି। ନିହାର ଠାକରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ବଡ ପୁଅ ସ୍ୱର୍ଗତ ବିନ୍ଦୁମାଧବ ଠାକରେଙ୍କ ପୁଅ। ଉଲ୍ଲେଖନୀୟ ଯେ, ନିହାରଙ୍କ ବାପା ବିନ୍ଦୁମାଧବ ଠାକରେଙ୍କ ୧୯୯୬ ରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ନିହାର ମୁମ୍ବାଇରେ ଜଣେ ପ୍ରତିଷ୍ଠିତ ଆଇନଜୀବି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନୀତିରୁ ଦୂରେଇ ରହିଥିଲେ, କିନ୍ତୁ ତାଙ୍କ LinkedIn ପ୍ରୋଫାଇଲ ଅନୁଯାୟୀ, ସେ ଜଣେ ରଣନୀତିକ ଆଇନ ପରାମର୍ଶଦାତା, ସେ ବିଭିନ୍ନ ପ୍ରକାର କେସ୍ ଲଢନ୍ତି ଏବଂ ଆଇନଗତ ମତ ଦିଅନ୍ତି। ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ (LSE) ରୁ ଇଣ୍ଟର ନ୍ୟାସନାଲ କମର୍ସିଆଲ ଲିଟିଗେସନ୍ କୋର୍ସ କରିଛନ୍ତି। ନିହାର ସେ ମୁମ୍ବାଇର ସରକାରୀ ଆଇନ କଲେଜ (GLC) ରୁ LLB ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏହା ବ୍ୟତୀତ ନିହାରଙ୍କ ବିଜେପି ସହିତ ମଧ୍ୟ ସମ୍ପର୍କ ରହିଛି। ନିହାରଙ୍କ ପତ୍ନୀ ଅଙ୍କିତା ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ। ନିହାରଙ୍କ ଏକ ଭଉଣୀ ନେହା ଠାକରେ ଅଛନ୍ତି। କୁହାଯାଏ ଯେ, ନିହାର ଏବେ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କାର୍ଯ୍ୟାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିହାର ଠାକରେ ଏହି ସାକ୍ଷାତ ସହିତ ନିଜର ରାଜନୈତିକ ଯାତ୍ରାର ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କରିବେ।

Show More

Related Articles

Back to top button