Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି
ଉଦ୍ଧବଙ୍କ ଟାର୍ଗେଟ୍ :‘‘କେବଳ ତ୍ରିରଙ୍ଗା ଉଡ଼ାଇଲେ କେହି ଦେଶ ଭକ୍ତ ହୋଇ ଯାଏନି’’
ରାହୁଲଙ୍କ ପରେ କେନ୍ଦ୍ର ସରକାରଙ୍କ ହରଘର ତ୍ରିରଙ୍ଗା ଅଭିଯାନକୁ ପରୋକ୍ଷରେ ବିରୋଧ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ କହିଛନ୍ତି କେବଳ ‘‘ତ୍ରିରଙ୍ଗା ଉଡ଼ାଇଲେ କେହି ଦେଶଭକ୍ତ ହୋଇଯାଏନାହିଁ’’।

ସେ କହିଛନ୍ତି କି ସେ ବୁଝୁଛନ୍ତି ଦେଶ ୭୫ ବର୍ଷ ପୁର୍ତ୍ତି ପାଇଁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନର ଏକ ଅଂଶ। କିନ୍ତୁ ସେ ପ୍ରଶ୍ନ କରିଛନ୍ତି ସ୍ୱାଧୀନତାର ୭୫ ବର୍ଷ ପରେ ଲୋକତନ୍ତ୍ର କେତେ ବଞ୍ଚିଛି। ବାଲା ସାହେବ ଠାକରେଙ୍କ ଦ୍ୱାରା ୧୯୬୦ରେ ପ୍ରତିଷ୍ଠିତ ହୋଇଥିବା କାର୍ଟୁନ ପତ୍ରିକାର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗଦେଇ ଏକ ଭିଡିଓ ବାର୍ତ୍ତାରେ ଶିବସେନା ମୁଖ୍ୟ ଉଦ୍ଧବ କହିଛନ୍ତି କାର୍ଟୁନିଷ୍ଟମାନଙ୍କୁ ଭାରତର ଗୁଲାମି ଆଡ଼କୁ ବଢ଼ୁଥିବା ଲୋକମାନଙ୍କୁ ମାର୍ଗଦର୍ଶନ କରିବାକୁ ହେବ।
ସେ ଏକ ଭାଇରାଲ କାର୍ଟୁନ ବିଷୟରେ ମତଦେବା ବେଳେ କହିଛନ୍ତି ”ଆଜିକାଲି ସରକାର ପ୍ରତ୍ୟକ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ କହିଛନ୍ତି। କିନ୍ତୁ ଜଣେ ଏନେଇ ମୋତେ ଏକ ଭିଡିଓ ଦେଖାଇଲେ। ସେଥିରେ ଜଣେ ଗରିବ ଲୋକ କହୁଛି ‘‘ମୋ ପାଖରେ ତ୍ରିରଙ୍ଗା ଅଛି କିନ୍ତୁ ତାକୁ ଉଡ଼ାଇବା ପାଇଁ ଘର ନାହିଁ। ତ୍ରିରଙ୍ଗା ଉଡ଼ାଇଲେ କେହି ଦେଶ ଭକ୍ତ ହୋଇଯାଏ ନାହିଁ’’।