ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତିକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ରୁଷ୍ । ଏହା ଫଳରେ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି ।
ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ରୁଷ ପକ୍ଷରୁ ୬୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ଓ ୧୫ ଥର ବିମାନ ଆକ୍ରମଣ କରାଯାଇଛି । ପ୍ରାୟ ୫୦ଟି ଜନବସତି ଉପରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଛି ।। ଏନେଇ ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ ସୂଚନା ମିଳିଛି ।
ୟୁକ୍ରିନଫର୍ମର ରିପୋର୍ଟ ଅନୁଯାୟୀ, କ୍ଷେପଣାସ୍ତ୍ର ମାଡ଼ ଫଳରେ ରାଜଧାନୀ କିବର ବିଭିନ୍ନ ଅଟ୍ଟାଳିକାରୁ ଧୂଆଁ ଉଠୁଥିବା ଦେଖାଯାଉଛି ଏବଂ ଏହାର ଫଳସ୍ୱରୂପ ସହରରେ ବିଦ୍ୟୁତ ସରବରାଦ ବନ୍ଦ ହୋଇଯାଇଛି । କେତେକ ଅଂଚଳରେ ଜଳଯୋଗାଣ ବି ବନ୍ଦ ହୋଇଯାଇଛି ।