ବର୍ତ୍ତମାନ କଂଗ୍ରେସ ପାଇଁ ଖରାପ ସମୟ ଚାଲିଛି । ସ୍ଥିତି ଅସମ୍ଭାଳ ହୋଇ ପଡିଛି । ଜମ୍ମୁ-କଶ୍ମୀରରେ ଗତ କିଛଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳ ଛାଡିବା ପରେ ବର୍ତ୍ତମାନ ତାଙ୍କ ସମର୍ଥନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ୬୪ ନେତା ଇସ୍ତଫା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସରୁ ଇସ୍ତଫା ଦେଇଥିବା ସମସ୍ତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱଯୁକ୍ତ ପାର୍ଟିରେ ଯୋଗ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି ।