
ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ଆଜି ରାଜ୍ୟର ୨୫ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ୱା ତାଠାରୁ ଅଧିକ ରହିଥିଲା। ଚଳିତ ବର୍ଷ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ଜିଲ୍ଲା ଭାବେ ଆଜି ଚିହ୍ନଟ ହୋଇଛି। ଆଜି ସେଠାରେ ସର୍ବାଧୀକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୩୯.୦୮ ଡିଗ୍ରୀ, କଟକରେ ୪୦.୦ ଡିଗ୍ରୀ, ଅନୁଗୁଳରେ ୪୪.୦୩ ଡିଗ୍ରୀ, ସୋନପୁର ଓ ସମ୍ବଲପୁରରେ ୪୪.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୪.୦୨ଡିଗ୍ରୀ, ତାଳଚେର ଓ ବରଗଡ଼ରେ ୪୩.୦୬ ଡିଗ୍ରୀ, ବଲାଙ୍ଗୀର ଓ ଦେବଗଡ଼ରେ ୪୪.୦୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୦୪ ଡିଗ୍ରୀ ତାପମାତ୍ରା ରହିଥିଲା। ଅନ୍ୟପଟେ ଆଜି ବାଲେଶ୍ୱରରେ ୩୭.୦୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ପାରାଦୀପରେ ୩୩.୦୫ ଡିଗ୍ରୀ, ଗୋପାଳପୁରରେ ୩୧.୦ ଡିଗ୍ରୀ, ପୁରୀରେ ୩୩.୦୭ ଡିଗ୍ରୀ, ବାରିପଦାରେ ୪୨.୦୪ ଡିଗ୍ରୀ, କେନ୍ଦୁଝରରେ ୪୨.୦୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ହିରାକୁଦରେ ୪୩.୦୧ ଡିଗ୍ରୀ,
ଭୱାନିପାଟନାରେ ୪୩.୦ ଡିଗ୍ରୀ ,କୋରାପୁଟରେ ୩୮.୫ ଡିଗ୍ରୀ, ଫୁଲବାଣୀରେ ୪୧.୦୮ ଡିଗ୍ରୀ, ତାଳଚେରରେ ୪୩.୦୫ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ, ରାୟଗଡ଼ାରେ ୩୯.୦୮ ଡିଗ୍ରୀ, ଭଦ୍ରକରେ ୪୧.୦୮ ଡିଗ୍ରୀ, ଯାଜପୁରରେ ୪୧.୦ ଡିଗ୍ରୀ, ଢେଙ୍କାନାଳରେ ୪୨.୦ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, ନବରଙ୍ଗପୁରରେ ୩୮.୦୨ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୦ ଡିଗ୍ରୀ, ଜଗତସିଂହପୁରରେ ୩୭.୦୩ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୯.୦୮ ଡିଗ୍ରୀ, ନୟାଗଡ଼ରେ ୪୧.୦୫ ଡିଗ୍ରୀ, ଦାରିଙ୍ଗିପବାଡ଼ିରେ ୩୬.୦୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୦୫ ଡିଗ୍ରୀ, ମାଲକାନାଗିରିରେ ୪୦.୦ ଡିଗ୍ରୀ ତାପମାତ୍ରା ରହିଥିଲା। ଆଜି ୧୩ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ଆଠଟି ସହରର ତାପମାତ୍ରା ଆଜି ୪୪ ଡିଗ୍ରୀ କିମ୍ୱା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଏହି ଗ୍ରୀଷ୍ମ ପ୍ରବାହ ଆହୁରି ତିନି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।