
ପ୍ରବଳ ଗରମ ଏବଂ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ। ଉପକୂଳ ଅପେକ୍ଷା ଶୁକ୍ରବାର ପଶ୍ଚିମ ଓଡିଶାରେ ଅସହ୍ୟ ତାତି ହୋଇଛି। ୪୫ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଜି ରାଜ୍ୟର ୬ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ମୋଟାମୋଟି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।
ଟିଟିଲାଗଡର ୪୫ ଡିଗ୍ରୀ ପରେ ବଲାଙ୍ଗୀର ୪୪.୯, ବୌଦ୍ଧ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁର ୪୪.୩, ଏବଂ ଝାରସୁଗୁଡାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।