Breaking PLUSଦେଶମୁଖ୍ୟ ଖବର

ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ଯୋଜନାକୁ ଅନୁମୋଦନ

ନୂଆଦିଲ୍ଲୀ- କେନ୍ଦ୍ର କ୍ୟାବିନେଟ ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ନିଶ୍ଚିତ ପେନସନର ବ୍ୟବସ୍ଥା ରହିଛି। ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଯୋଜନାର ପ୍ରଥମ ବ୍ୟବସ୍ଥା ହେଉଛି ସର୍ବନିମ୍ନ ୨୫ ବର୍ଷ ପାଇଁ ଅବସର ନେବା ପୂର୍ବରୁ ଗତ ୧୨ ମାସ ମଧ୍ୟରେ ଆଦାୟ ହୋଇଥିବା ହାରାହାରି ମୂଳ ବେତନର ୫୦ ପ୍ରତିଶତ ସୁନିଶ୍ଚିତ କରିଥାଏ। ଦ୍ବିତୀୟ ବ୍ୟବସ୍ଥାରେ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ପାଇଁ ୬୦ ପ୍ରତିଶତ ପେନସନ ସୁନିଶ୍ଚିତ ହେବାର ଗ୍ୟାରେଣ୍ଟି ଦିଆଯାଇଛି। ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଯୋଜନାରେ ଉପକୃତ ହେବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

Show More

Related Articles

Back to top button