Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତିସାକ୍ଷାତକାର
ଅମିତ ଶାହଙ୍କୁ ଭେଟିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ

ନୂଆଦିଲ୍ଲୀ: ଚଳିତ ସପ୍ତାହର ପ୍ରାରମ୍ଭରେ ନୂଆ ସରକାର ଗଠିତ ହେବା ପରେ ମନ୍ତ୍ରୀ ପରିଷଦ୍ ସମ୍ପ୍ରସାରଣ ପ୍ରସଙ୍ଗରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ଶୁକ୍ରବାର ଅମିତ ଶାହଙ୍କୁ ଭେଟିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବୀସ । ଦିଲ୍ଲୀରେ ପହଞ୍ଚିବା କ୍ଷଣି ସିନ୍ଦେ ଓ ଫଡ଼ନାବୀସ ମହାରାଷ୍ଟ୍ର ସଦନକୁ ଯାଇଥିଲେ। ନବଗଠିତ ମହାରାଷ୍ଟ୍ର ସରକାରରେ ‘ବିଜେପି’ ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ‘ଶିବସେନା’ଗୋଷ୍ଠୀଙ୍କ ମଧ୍ୟରେ କ୍ଷମତା ବଣ୍ଟନ ପ୍ରସଙ୍ଗକୁ କେନ୍ଦ୍ର କରି ସେମାନେ ଅମିତ ଶାହଙ୍କ ସଙ୍ଗରେ ଆଲୋଚନା କରିଥିଲେ ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।