ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜୁରାଟ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଗୁଜରାଟ ଗସ୍ତରେ ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସାନନ୍ଦରେ ୩୫୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲର ଭୂମି ପୂଜନ ସହ ସାଇନ୍ସ ସିଟି ନିକଟରେ ଏକ ଓଭରବ୍ରିଜ ଏବଂ ବିରୋଚନା ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ । ଏହି ଅବସରରେ କେନ୍ଦ୍ର ଶ୍ରମମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ରାଜ୍ୟ ଶ୍ରମମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ୩୫୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲରେ ଓପିଡି, ଏକ୍ସ-ରେ, ରେଡିଓଲୋଜି, ଲାବୋରେଟୋରୀ, ଓଟି, ପ୍ରସୂତି ଚିକିତ୍ସା, ଆସିୟୁ ଏବଂ ଅଲଟ୍ରାସାଉଣ୍ଡ ସହିତ ଅନ୍ୟାନ୍ୟ ଆଧୁନିକ ସୁବିଧା ରହିବ । ଏହି ହସ୍ପିଟାଲ ନିର୍ମାଣ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆବଶ୍ୟକ ପଡ଼ିଲେ ଏହାକୁ ୫୦୦ ଶଯ୍ୟା ବିଶିଷ୍ଟ ମଧ୍ୟ କରାଯାଇପାରିବ । ଏହି ହସ୍ପିଟାଲ ଦ୍ୱାରା ପ୍ରାୟ ୧୨ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଛନ୍ତି ଅମିତ ଶାହ । ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ୨୦୧୩-୧୪ ଦେଶରେ କେବଳ ୩୮୭ଟି ମେଡିକାଲ କଲେଜ ଥିବା ବେଳେ ୨୦୨୧-୨୨ ରେ ଏହି ସଂଖ୍ୟା ୫୯୬କୁ ବୃଦ୍ଧି ପାଇଛି । ଆୟୁଷ୍ମାନ ଭାରତ ଯୋଜନାର ୬୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ କରାଯାଇଛି । ଗୁଜୁରାଟ ସରକାର ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର କମ କରିବାରେ ସଫଳ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

Show More

Related Articles

Back to top button