Breaking PLUSଦେଶମୁଖ୍ୟ ଖବର

ଅମିତ ଶାହଙ୍କ ହେଲିକପ୍ଟର ଯାଂଚ

ଅମିତ ଶାହଙ୍କ ହେଲିକପ୍ଟର ଯାଂଚ । ନିର୍ବାଚନ କମିସନ (ଇସି) ଅଧିକାରୀମାନେ ଶୁୁକ୍ରବାର ମହାରାଷ୍ଟ୍ରର ହିଙ୍ଗୋଲି ଜିଲାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟରକୁ ଅଟକାଇ ସେଥିରେ ଥିବା ବ୍ୟାଗ ଯାଞ୍ଚ କରିଥିବା ଜଣାପଡିଛି। ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବାକୁ ଶାହା ହେଲିକପ୍ଟର ଯୋଗେ ହିଙ୍ଗୋଲି ଜିଲାକୁ ଗସ୍ତ କରିଥିବାବେଳେ ଏଭଳି ଘଟଣା ଘଟିଛି। ଶାହା ଏହି ଘଟଣାର ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଶାହା ଆହୁରି କହିଛନ୍ତି ଯେ ବିଜେପି ସବୁବେଳେ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ସପକ୍ଷରେ କାର‌୍ୟ୍ୟ କରିଥାଏ। ତେଣୁ ଏହି ପରମ୍ପରାକୁ ସୁସ୍ଥ ଓ ଅଭିଯୋଗମୁକ୍ତ କରିବାକୁ ଇସିଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

Show More

Related Articles

Back to top button