ଆସନ୍ତା ଅକ୍ଟୋବର ମାସରେ ଦେଶରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରଥମ ପର୍ଯ୍ୟାୟରେ ୧୩ଟି ସହରରେ ୫-ଜି ସେବା ଆରମ୍ଭ ହେବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଓଡ଼ିଶାର କୌଣସି ସହର ସାମିଲ ନଥିବାବେଳେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଭଳି ମେଟ୍ରୋସହର ସହ ଏବଂ ଗୁଜରାଟର ୩ଟି ସହର ଅହମ୍ମଦାବାଦ, ଗାନ୍ଧୀନଗର, ଜାମନଗର ଆଦି ସହର ତାଲିକାରେ ସ୍ଥାନ ପାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ତାଲିକାରେ ଓଡ଼ିଶାର କୌଣସି ସହର ନାଁ ନଥିବାରୁ ,ଏନେଇ ଜୋର ଧରିଥିଲା ରାଜନୀତି । ତେବେ ପୂର୍ବ ରିପୋର୍ଟକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହିଁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା ।
ସେହିଭଳି ସେ କହିଛନ୍ତି, ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବନି ୫-ଜି ବିକିରଣ । ଏନେଇ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ । ୫-ଜି ସେବା ପାଇଁ ସାରା ଦେଶ ଅପେକ୍ଷା କରିବସିଛି । କାରଣ ଏହି ସେବା ଡିଜିଟାଲ୍ ଦୁନିଆରେ ଯୁଗାନ୍ତକାରୀ ପରିବର୍ତନ ଆଣିବ । ବୋଲି ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ।