Breaking PLUSଅପରାଧଦେଶମୁଖ୍ୟ ଖବରରାଜନୀତି
ଲୋଇସିଂହା ବିଧାୟକଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିଖସି ଯାଉଛି,
ଲୋଇସିଂହା ବିଧାୟକଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ଵିଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ଆମ ଦଳର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିଖସି ଯାଉଛି, ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଯେଉଁଠି ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଲୋକ କିପରି ସୁରକ୍ଷିତ ରହିପାରିବେ? ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।