ଓଡ଼ିଶାଦେଶମୁଖ୍ୟ ଖବର

ଅଜଣା ଜନ୍ତୁ ଆତଙ୍କ, ୬୦ରୁ ଅଧିକ ଛେଳି ମୃତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। କିଡିଗାଁର ରାମନାଥ ଓ ବି. କ୍ରୀଷ୍ଣା ୧୦୦ରୁ ଅଧିକ ଛେଳି ରାତିରେ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳେ ଦେଖିଲା ବେଳକୁ ୬୦ରୁ ଅଧିକ ଛେଳି ମରି ପଡ଼ିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। ରାତିରେ କେଉଁ ଅଜଣା ଜନ୍ତୁ ଗୁହାଳରେ ପଶି ଏହି ଛେଳି ଗୁଡ଼ିକ ମାରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ସୂଚନା ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ,ରାଜସ୍ୱ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ତଦନ୍ତ ପାଇଁ ଜିଲ୍ଲା ପ୍ରାଣୀଧନ ବିଭାଗକୁ ଖବର ଦିଆଯାଇଥିବା ସୂଚନାମିଳିଛି। ଗୋଟିଏ ରାତିରେ ଏତେ ଛେଳିଙ୍କର ମୃତ୍ୟୁ ଘଟିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।

Show More

Related Articles

Back to top button