ଓଡ଼ିଶାସ୍ୱାସ୍ଥ୍ୟ

ସେମିଳିଗୁଡ଼ାରେ ଅଜଣା ‌ରୋଗ ଆତଙ୍କ,ଏଯାଏଁ ଗଲାଣି ୭ଜଣଙ୍କ ଜୀବନ

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଆମ୍ବେଦକର ସାହିରେ ଅଜଣା ‌ରୋଗ ଆତଙ୍କ । ଆଜି ଏହି ରୋଗରେ ୨ଜଣ ଆଖି ବୁଜିଥିବାବେଳେ ୧୫ଦିନରେ ୭ଜଣଙ୍କର ମୃତ୍ୟୁ ଘଟିଲାଣି। ମୃତକମାନେ ହେଲେ ୨୧ ୱାର୍ଡର ଜୋଶେଫ ବାଗ, ଦାନଗଡିଶାମ, ସୁନିଲ ଖୋସଲା, ଦୋହିତା କୂଳଦୀପ, ରାମ କୂଳଦିପ, ଚିଙ୍କୁ ଗଡଶାମ ଓ ଦାମ କୁଲଦୀପ ।

ସେମିଳିଗୁଡ଼ା ବ୍ଲକ ଆମ୍ବେଦକର ସାହିରୁ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି। ଘଟଣାସ୍ଥଳକୁ ଏକ ମେଡିକାଲ ଟିମ୍‌ ପଠାଯାଇଛି। ଏହାର ତଦନ୍ତ କରାଯିବ। ଏହି ଘଟଣା କୋରାପୁଟ ଜିଲ୍ଲାରେ ଭୟଙ୍କର ବାତାବରଣ ସୃଷ୍ଟି କରିଛି । ଏନେଇ ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button