Breaking PLUSଓଡ଼ିଶାମୁଖ୍ୟ ଖବର

ଚୀନ ଉପରେ ଅତିରିକ୍ତ ୫୦% ଟାରିଫ ଆମେରିକା ଲଗାଇବ

ୱଶିଂଟନ: ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଧମକ ଦେଇଛନ୍ତି। ଚୀନ ଉପରେ ଅତିରିକ୍ତ ୫୦% ଟାରିଫ ଆମେରିକା ଲଗାଇବ। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ରାଷ୍ଟ୍ରପତିଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ ଦେଇଛନ୍ତି। ଚୀନ ୩୪% ଟାରିଫରୁ ନ ଓହରିଲେ ଆମେରିକା ୫୦% ଟାରିଫ ଲଗାଇବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ଗତକାଲି ଭାରତ ସମେତ ଅନ୍ୟ ସେୟାର ବଜାରରେ ସୁନାମି ଘଟିଥିଲା। ଆଜି ଭାରତୀୟ ସେୟାର ବଜାର କିଭଳି ଖୋଲିବା ତା’ ଉପରେ ସମସ୍ତଙ୍କ ନଜର ରହିଛି। ଟ୍ରମ୍ପ ଟାରିଫ ଝଟକା ପରେ ଆଜି ସେୟାର ବଜାରରେ ସୁଧାର ଆସିଛି। ଚୀନ, ଜାପାନ ଓ ଅଷ୍ଟ୍ରେଲିଆ ସେୟାର ମାର୍କେଟ ପଜିଟିଭ ସହ ଖୋଲିଛି।

Show More

Related Articles

Back to top button