Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୟଙ୍କର ହେଉଛି କାଲିଫର୍ଣ୍ଣିଆର ଜଙ୍ଗଲ ନିଆଁ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଲାଗିଥିବା ବନାଗ୍ନି ଥମିବାର ନାଁ ନେଉନାହିଁ। ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।  ନିଆଁ ଏପରି ଭୟଙ୍କର ଭାବରେ ବଡିବାରେ ଲାଗିଛି ଯେ ଏହା କାର୍ଲିଫର୍ଣ୍ଣିଆରେ ଏପର୍ଯ୍ୟଙ୍କ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି।  ଇତିମଧ୍ୟରେ ଏକାଧିକ ହଲିଉଡ ତାରକାଙ୍କ ମୂଲ୍ୟବାନ ବାସଭବନ ପୋଡି ଛାରଖାର ହୋଇଯାଇଛି।

ଏହି ବନାଗ୍ନି ଯୋଗୁଁ କାଲିର୍ଣ୍ଣିଆ ସହର ଓ ଆଖାପାଖ ଅଞ୍ଚଳର ପ୍ରାୟ ୧୦ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏକ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସହସ୍ରାଧିକ ଦମକଳ ଏବଂ ହେଲିକପ୍ଟରରୁ ପାଣି ପକାଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଏହା ବ୍ୟତୀତ କାଲିଫର୍ଣ୍ଣିଆର ଦକ୍ଷିଣରେ ବାସ କରୁଥିବା ପ୍ରାୟ ୧୭ ନିୟୁତ ଲୋକ ବନାଗ୍ନି ଧୂଆଁରେ ଅତିଷ୍ଠ ହୋଇପଡିଛନ୍ତି।

Show More

Related Articles

Back to top button