Breaking PLUSଦେଶ ବିଦେଶମୁଖ୍ୟ ଖବର

୫ ନଭେମ୍ବରରେ ରାଷ୍ଟ୍ରପତି ବାଛିବେ ଆମେରିକାବାସୀ

ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଆମେରିକୀୟମାନେ ସେମାନଙ୍କର ପରବର୍ତ୍ତୀ ରାଷ୍ଟ୍ରପତି ସ୍ଥିର କରିବାକୁ ଆଉ ମାତ୍ର ତିନି ଦିନ ବାକି ଅଛି। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଆଜି ଉତ୍ତର କାରୋଲିନା ଏବଂ ଭର୍ଜିନିଆର ପ୍ରମୁଖ ରାଜ୍ୟ ଗୁଡିକରେ ଅନେକ ରାଲି କରିଛନ୍ତି।

ଇତି ମଧ୍ୟରେ ୭୦ ନିୟୁତରୁ ଅଧିକ ମତଦାନ ହୋଇସାରିଛି। ୨୦୨୦ରେ ହୋଇଥିବା ୧୦୧.୫ ନିୟୁତ ପ୍ରାରମ୍ଭିକ ଭୋଟ୍ ତୁଳନାରେ ଏହି ସଂଖ୍ୟା କମ୍ ଥିବା ବେଳେ ୨୦୧୬ ଓ ୨୦୧୨ରେ ହୋଇଥିବା ପ୍ରାରମ୍ଭିକ ମତଦାନକୁ ଏହା ଅତିକ୍ରମ କରିଛି। ଏହି ନିର୍ବାଚନରେ ନେଭାଡା, ଆରିଜୋନା, ନର୍ଥ କାରୋଲିନା, ଜର୍ଜିଆ, ୱିସକନ୍ସିନ୍, ମିଚିଗାନ୍ ଓ ପେନ୍ସିଲଭେନିଆ ଭଳି ୭ଟି ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ୫୩୮ ଇଲେକ୍ଟୋରାଲ କଲେଜ ଭୋଟ୍ ସହ ୨୭୦ କିମ୍ବା ତା’ଠାରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ। ଉଭୟ ପ୍ରାର୍ଥୀଙ୍କୁ ଅତି କମରେ ତିନୋଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡିବ।

Show More

Related Articles

Back to top button