Breaking PLUSଦେଶମୁଖ୍ୟ ଖବର

ଭାରତକୁ ପ୍ରତ୍ୟର୍ପଣ ହେବ ତାହାଉର ରାଣା

ଆମେରିକାର ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ୨୬/୧୧ ମୁମ୍ବଇ ଆକ୍ରମଣର ଅନ୍ୟତମ ଦୋଷୀ ତାହାଉର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଜାରି କରିଛନ୍ତି। ୨୦୦୮ ମସିହାରେ ମୁମ୍ବଇର ତାଜ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଣାର ସମ୍ପୃକ୍ତି ରହିଥିଲା। ଏଥିରେ ୧୬୬ ଜଣ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ମାମଲାରେ ରାଣା ଭାରତର ୱାଣ୍ଟେଡ୍‌ ତାଲିକାରେ ଅଛି। ସେ ଏବେ ଆମେରିକାର ଲସ୍‌ ଏଞ୍ଜେଲେସସ୍ଥିତ ମେଟ୍ରୋପଲିଟାନ ବନ୍ଦୀଗୃହରେ ବନ୍ଦୀ ଜୀବନ କାଟୁଛି। ରାଣାକୁ ପ୍ରତ୍ୟର୍ପଣ ଲାଗି ଭାରତ ପକ୍ଷରୁ ଆମେରିକାର ସରକାରଙ୍କୁ ଆବେଦନ କରାଯାଇଥିଲା। ଏହା ପ୍ରତିବାଦରେ ସେ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବାର ଦିନକ ପରେ ଅର୍ଥାନ ଗତ ୨୧ ତାରିଖରେ କୋର୍ଟ ରାଣାର ପିଟିସନ ଖାରଜ କରିଛନ୍ତି। ଏହା ରାଣା ପାଇଁ ଭାରତକୁ ପ୍ରତ୍ୟର୍ପଣ ନ ହେବା ଲାଗି ଶେଷ ଆଇନଗତ ସୁଯୋଗ  ରହିଥିଲା। ଫଳରେ ଏବେ ରାଣା ଭାରତକୁ ପ୍ରତ୍ୟର୍ପଣ ହେବା ସୁନିଶ୍ଚିତ ହୋଇଛି।

Show More

Related Articles

Back to top button