ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ନୁସ୍କା

ପାଣିପାଗରେ ପରିବର୍ତ୍ତନ ହେଲେ କାଶ,ସର୍ଦ୍ଦି ଓ ଥଣ୍ଡା ଜ୍ୱର ହୋଇଥାଏ । ଅନେକଙ୍କଠାରେ ଛାତିରେ କଫ ଜମା ହୋଇଥାଏ । ଯେଉଁଥିପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ତେବେ ଏହି କଫକୁ ବାହାର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ନୁସ୍କା ।

-ଛାତିରେ ଜମା କଫ ବାହାର କରିବା ପାଇଁ ପୋଦିନା ତେଲର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । ପୋଦିନା ତେଲ ଛାତିରେ ଜମା ହୋଇଥିବା କଫ ବାହାର କରିଥାଏ । ତେଣୁ ଗରମ ପାଣିରେ ପୋଦିନା ତେଲର କିଛି ବୁନ୍ଦା ପକାଇ ଏହାର ବାମ୍ଫ ନିଅନ୍ତୁ । ଛାତିରେ ଜମା କଫ ବାହାର କରିଦେବାରେ ସାହାଯ୍ୟ କରିବ ।

-ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ କଳା ମରିଚ ଓ ମହୁ ସେବନ ବହୁତ ଲାଭକାରୀ ହୋଇଥାଏ । ଏହା କଫ ବାହାର କରିବା ସହ ଗଳା ଖରାପ ଓ ସର୍ଦ୍ଦିରେ ମଧ୍ୟ କାମ କରିଥାଏ ।

-ଛାତିରେ ଜମା କଫ ବାହାର କରିବା ପାଇଁ ତୁଳସି ଓ ଅଦାର ଚାହା ସେବନ ବହୁତ ସହାୟକ ହୋଇଥାଏ । କାରଣ ତୁଳସି ଓ ଅଦାରେ ଉଭୟ ଆଣ୍ଟି ଇନଫ୍ଲାମାଟୋରୀ, ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫୁଙ୍ଗାଲ ଗୁଣ ଭରପୁର ରହିଥାଏ । ଏହି ଚା’ ପିଇବା ଦ୍ୱାରା ଛାତିର କଫ ବାହାରି ଯାଇଥାଏ।

 

Show More

Related Articles

Back to top button