
ହ୍ବାଟ୍ସଆପ ମେସେଜିଂ ଆପ ବିଷୟରେ ତ ଆପଣମାନେ ଜାଣିଥିବେ। ବର୍ତ୍ତମାନ ଏହାର ଚାହିଦା ବହୁଳ ମାତ୍ରାରେ ରହିଛି । ଭାରତରେ ବର୍ତ୍ତମାନ ୪୦ କୋଟିରୁ ଅଧିକ ଲୋକ ହ୍ବାଟ୍ସଆପ୍ ବ୍ୟବହାର କରୁଛନ୍ତି ।
ଏଣିକି ହ୍ବାଟ୍ସଆପ୍ ବ୍ୟବହାର କଲେ ଦେବାକୁ ପଡିପାରେ ଟଙ୍କା । ଏନେଇ ୨୦୨୨ର ଇଣ୍ଡିଆନ୍ ଟେଲି କମୁନିକେସନ୍ ବିଲ୍ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ସରକାର । ଦୂର ସଞ୍ଚାର ବିଭାଗରେ ଏବେ ଏହି ବିଲ୍ ସମସ୍ତଙ୍କ ପାଇଁ ଉପଲବ୍ଦ। ଯଦି ବିଲ୍ଟି ପାସ୍ ହୁଏ ତ ଦୂର ସଞ୍ଚାର ବିଭାଗ ଏହି ବିଲ୍ ଅନୁସାରେ ଚାଲିବ।
ବିଲ୍ ଅନୁସାରେ ହ୍ବାଟ୍ସଆପ୍, ସ୍କାଇପ୍, ଜୁମ୍, ଟେଲିଗ୍ରାମ୍ ଏବଂ ଗୁଗୁଲ୍ ଡୁଓ ଆଦି କଲିଂ ଏବଂ ମେସେଜିଂ ସେବା ପାଇଁ ଲାଇସେନ୍ସ କରିବାକୁ ହେବ। ଏହାକୁ ଭାରତରେ ଅପ୍ଡେଟ୍ କରିବାକୁ ଟେଲିକମ୍ କମ୍ପାନି ପରି ଅପ୍ଡେଟ୍ କରିବାକୁ ପଡ଼ିବ।
ସେହିପରି ଓଟିଟି ପ୍ଲାଟ୍ଫର୍ମକୁ ବି ନୂଆ ଟେଲିକମ୍ ବିଲ୍ରେ ସାମିଲ୍ କରାଯାଇଛି । ଏହି କାରଣରୁ ହ୍ବାଟ୍ସଆପ୍ ଓ ଅନ୍ୟ କଲିଂ ଏବଂ ମେସେଜିଂ ସେବା ପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି ।