Breaking PLUSଓଡ଼ିଶାମୁଖ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା, ଆସୋସିଏଟ୍ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର- ଉତ୍କଳ ବିଶ୍ବବିଦ୍ୟାଳୟ ଘଟଣାକୁ ନେଇ ରିପୋର୍ଟ ମାଗିଲେ କୁଳାଧିପତି । ଘଟଣା ସମ୍ବନ୍ଧିତ ତଥ୍ୟ, କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ମାଗିଲେ । କୁଳପତିଙ୍କୁ ଚିଠି ଲେଖି ରିପୋର୍ଟ ମାଗିଲେ କୁଳାଧିପତିଙ୍କ OSD । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ । ଅତି ଗୁରୁତ୍ବପୂର୍ଣ୍ଣ ଭାବେ ବିଚାରକୁ ନେବା ପାଇଁ ଚିଠିରେ ଉଲ୍ଲେଖ । ଜଣେ PG ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର ନିଲମ୍ବିତ। ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ  ନିଲମ୍ବିତ କରାଯାଇଛି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି। ଏଥି ସହିତ ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ପ୍ରଫେସରଙ୍କ ନାଁରେ ଯୌନ ନର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ଛାତ୍ରୀ। ଅଭିଯୋଗ ପାଇବା ପରେ ବିଭାଗୀୟ ସେକ୍ସୁଆଲ୍ ହାରାସମେଣ୍ଟ ସେଲ୍ ଘଟଣାର ତଦନ୍ତ କରିଥିଲା।

ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍‌ ସେହି ସମୟରେ ନିଜ ବିଭାଗର ଜଣେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ଛାତ୍ରୀ ଜଣକ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button