Breaking PLUSଓଡ଼ିଶାମୁଖ୍ୟ ଖବର
ପଂଚଭୂତରେ ବିଲୀନ ହେଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର- ପଞ୍ଚଭୂତରେ ଲୀନ ହେଲେ ବର୍ଷିୟାନ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଉତ୍ତମଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଛି। ପୁଅ ବାବୁସାନ ଉତ୍ତମଙ୍କୁ ମୁଖାଗ୍ନି ଦେଇଛନ୍ତି। ପ୍ରିୟ ଅଭିନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ପ୍ରଶଂସକ। ସତ୍ୟନଗର ଶ୍ମଶାନରେ ହଜାର ହଜାର ପ୍ରଶଂସକ ଏକାଠି ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଭୁବନେଶ୍ୱରର ଜଗନ୍ନାଥ ବିହାରସ୍ଥିତ ବାସଭବନକୁ ଉତ୍ତମଙ୍କ ମରଶରୀର ଅଣାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ପରଲୋକରେ ଚଳଚ୍ଚିତ୍ର ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।