Breaking PLUSଓଡ଼ିଶାମୁଖ୍ୟ ଖବର

ଆରପାରିରେ ଉତ୍ତମ ମହାନ୍ତି

ଭୁବନେଶ୍ୱର- ଗୋଟିଏ ଯୁଗର ଅବସାନ । ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ସେ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେଠାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଅଭିନେତ୍ରୀ ପତ୍ନୀ ଅପରାଜିତା, ପୁଅ ଅଭିନେତା ବାବୁଶାନ ଓ ବୋହୂ ତୃପ୍ତି ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ଓଲିଉଡ‌େ‌ର ଶୋକର ଛାୟା ଖେଳାଇ ଦେଇଛି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର‌୍ୟ୍ୟାଦାର ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Show More

Related Articles

Back to top button