ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନଙ୍କ ସହ ତୁଳନା କରିଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଗୁଲାବ ଦେବୀ

ସମ୍ଭାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭଗବାନଙ୍କ ଅବତାର ଭଳି। ଏହା କହିଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଗୁଲାବ ଦେବୀ । ସେ ଯେତେଦିନ ପର୍ଯ୍ୟନ୍ତ ଇଚ୍ଛା କରିବେ ସେ ତାଙ୍କ ପଦବୀରେ ରହି ପାରିବେ। ମୋଦି ହେଉଛନ୍ତି ଜଣେ ଭଗବାନଙ୍କ ଅବତାର ଭଳି । ସେ ଏମିତି ଜଣେ ବ୍ୟକ୍ତି ତାଙ୍କ ପାଖରେ ଅସାଧାରଣ ଜ୍ଞାନ ରହିଛି। ତାଙ୍କ ସହ କେହି ତୁଳନୀୟ ନୁହଁ। କେହି ଟକ୍କର ଦେଇ ପାରିବେ ନାହିଁ। ସେ ଯଦି ଚାହିଁବେ ବଞ୍ଚିଥିଲା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ। ୟୁପିର ଚନ୍ଦୌସି ବିଧାୟକ ଗୁଲାବ ଦେବୀ ଏହା କହିଛନ୍ତି। ଗଣମାଧ୍ୟମକୁ ବିବୃତି ଦେଇ ଗୁଲାବ ଦେବୀ କହିଛନ୍ତି ଯେ, ମୋଦିଙ୍କର ବିକଳ୍ପ ନାହିଁ। ସାମ୍ବାଦିକମାନେ ପଚାରିଥିଲେ ଯେ, ବିରୋଧୀ ଚାହୁଁଛନ୍ତି ଜଣେ ପଛୁଆ ବର୍ଗର ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଏହାର ଉତ୍ତରରେ ଚର୍ଚ୍ଚା ହେଲେ କିଛି ଘଟିନଥାଏ। ମୋଦି ହେଉଛନ୍ତି ଜଣେ ଅସାଧାରଣ ବ୍ୟକ୍ତି। ଭଗବାନ ତାଙ୍କୁ ତାଙ୍କ ପ୍ରତିନିଧି ଭାବେ ପଠାଇଛନ୍ତି।  ମୋଦି ଯେମତି ଇଚ୍ଛା କରିବେ ଲୋକେ ତାହା କରିବା ପାଇଁ ପ୍ରସ୍ତୁତ। ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ କଥାକୁ ଆନ୍ତରିକ ସହ ଅନୁସରଣ କରୁଛି  ଓ ସମ୍ମାନ ଦେଉଛନ୍ତି ମଧ୍ୟ। ଏହାଠାରୁ ବଡ଼ ଗ୍ରହଣୀୟତା ଆଉ କଣ ହୋଇପାରେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

Show More

Related Articles

Back to top button