Breaking PLUSଦେଶମୁଖ୍ୟ ଖବର

୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ଖୋଲାଗଲା ମନ୍ଦିର

ଉତ୍ତରପ୍ରଦେଶରେ ସମ୍ଭଲ ହିଂସା ପରେ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ଏହି ଅବସରରେ ବିଜୁଳି ଚୋରି ହେଉଥିବା ଜଣାପଡ଼ିବା ପରେ ଏସପି କୃଷ୍ଣ କୁମାର ବିଷ୍ଣୋଇ ଆଶ୍ଚର୍ଯ୍ୟ ହୋଇଥିଲେ। ବିଦ୍ୟୁତ ବିଭାଗ ଅଧିକାରୀମାନେ ଏସପିକୁ ଜଣାଇଥିଲେ, ସେମାନେ ଯେତେବେଳେ ଯାଞ୍ଚ ପାଇଁ ଯାଆନ୍ତି, ସେତେବେଳେ କିଛି ଗୁଣ୍ଡା ଶ୍ରେଣୀର ଲୋକ ସେମାନଙ୍କୁ ନାନା ଧମକ ଦିଅନ୍ତି। ଏହି ଅଭିଯୋଗ ହେବା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସମ୍ଭଲ ଅଞ୍ଚଳରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଥିଲେ। ତେବେ ଏହି ଅଭିଯାନ ସମୟରେ ପୁଲିସକୁ ବଡ଼ ପରିମାଣରେ ବିଜୁଳି ଚୋରି ଠାବ କରିଛି। କିନ୍ତୁ ଚଢ଼ାଉ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପୁଲିସ ଦେଖିବାକୁ ପାଇଛି। ସମ୍ଭଲର ଦୀପା ରାୟ ଅଞ୍ଚଳରେ ଯାଞ୍ଚ ବେଳେ ହଠାତ ଏକ ମନ୍ଦିର ଠାବ ହୋଇଛି। ଶନିବାର ସକାଳେ ଏହି ମନ୍ଦିର ସମ୍ପର୍କରେ ଜଣାପଡ଼ିଛି। କାରଣ ମନ୍ଦିର ବନ୍ଦ ପଡ଼ିଥିଲା। ୧୯୭୮ ମସିହାରେ ମନ୍ଦିର ନିର୍ମାଣ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏହା ଦୀର୍ଘଦିନ ଧରି ବନ୍ଦ ରହିଥିଲା। ପୂର୍ବରୁ ସେହି ଅଞ୍ଚଳରେ ହିନ୍ଦୁମାନେ ରହୁଥିବା ଏଥିରୁ ସ୍ପଷ୍ଟ ହେଉଛି। କିନ୍ତୁ ବର୍ତ୍ତମାନ ତାହା ମୁସଲମାନ ବହୁଳ ଅଞ୍ଚଳ ଭାବେ ପରିଚିତ। ୪୬ ବର୍ଷ ଧରି ବନ୍ଦ ରହିଥିବା ଏହି ମନ୍ଦିର ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମନ ବର୍କଙ୍କ ଘରଠାରୁ ୨୦୦ ମିଟର ଦୂରରେ ରହିଛି। ମନ୍ଦିର ଭିତରେ ଶ୍ରୀ ହନୁମାନଙ୍କ ପ୍ରତିମା ସହିତ ଶିବଲିଙ୍ଗ ଏବଂ ନନ୍ଦି ରହିଛନ୍ତି।

Show More

Related Articles

Back to top button