ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଉତ୍ତରପ୍ରଦେଶ । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ସୀତାପୁର ସମେତ ଅନେକ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ତେବେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୨ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାଜିରେ ତ୍ତରପ୍ରଦେଶର ଲକ୍ଷ୍ନୌ ଓ ସୀତାପୁର ସମେତ ଅନେକ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲକ୍ଷ୍ନୌ ଠାରୁ ୧୩୯ କିମି ଦୂର ଏବଂ ଉତ୍ତର-ଉତ୍ତରପୂର୍ବରେ ୮୨ କିମି ଗଭୀର ବୋଲି ଜଣାପଡିଛି। ମାତ୍ର ଏଥିରେ ଏଯାଏଁ କୌଣସି ଧନଜୀବନହାନୀ ହୋଇନାହିଁ ।