ବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଆରପାରିରେ ଭେଟେରାନ ହଲିଉଡ୍ ଅଭିନେତ୍ରୀ ଲୁଇସ ଫ୍ଲେଚର

ଆଉ ନାହାଁନ୍ତି ଭେଟେରାନ ହଲିଉଡ୍ ଅଭିନେତ୍ରୀ ଲୁଇସ ଫ୍ଲେଚର । ଫ୍ରାନ୍ସର ମଣ୍ଟଡୁରାଉସସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ସହଯୋଗୀ ଡେଭିଡ୍ ଶଉଲ ।

ଲୁଇସ ଖଳନାୟିକା ଚରିତ୍ରରେ ଖୁବ୍ ଲୋକପ୍ରିୟ ଅର୍ଜନ କରିଥିଲେ । ସେହିପରି  ୱାନ ଫ୍ଲିଉ ଓଭର ଦି କୁକୋସ ନେଷ୍ଟ’ ଫିଲ୍ମ ପାଇଁ ଏକାଡେମୀ ଆୱାର୍ଡରେ ସମ୍ମାନିତ ହୋଇଥିଲେ ।

ଫ୍ଲେଚର ଜଣେ ଭଲ ଅଭିନେତ୍ରୀ ସହିତ ଜଣେ ଭଲ ବ୍ୟକ୍ତି ମଧ୍ୟ। ସେ ତାଙ୍କ ପିଲାମାନଙ୍କର ଭବିଷ୍ୟତ ଗଢିବା ପାଇଁ ତାଙ୍କ ଫିଲ୍ମ ଦୁନିଆରୁ କିଛି ବର୍ଷ ପାଇଁ ଦୂରେଇ ଯାଇଥିଲେ। ତେବେ ୧୯୭୫ ମସିହାରେ ନିର୍ଦ୍ଦେଶକ ମିଲସ ଫରମାନଙ୍କ ଫିଲ୍ମରେ ତାଙ୍କୁ ଜ୍ୟାକ ନିକୋଲସଙ୍କ ଅପୋଜିଟ୍‌ରେ ଅଭିନୟ କରିବାକୁ ବଚ୍ଛା ଯିବା ପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଚମତ୍କାର ଅଭିନୟ କରି ଲୋକଙ୍କ ମନରେ ସ୍ୱତନ୍ତ୍ରର ପରିଚୟ ସୃଷ୍ଟି କରିଥିଲେ।

 

Show More

Related Articles

Back to top button