Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଉପରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା

ଭୁବନେଶ୍ୱର, 4 ଏପ୍ରିଲ- ଆଜି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ରନଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ। ସଂବିଧାନିକ ସତ୍ୟନିଷ୍ଠା ଓ ଲୋକତାନ୍ତ୍ରିକ ସଂକଳ୍ପର ଏକ ବିଶାଳ ପ୍ରତିକ ଭାବେ ସେ ଆମ ମହାନ ଗଣତନ୍ତ୍ରର ଭିତିକୁ ଆହୁରି ମଜବୁତ କରୁଛନ୍ତି ଏବଂ ବିକଶିତ ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଦିବ୍ୟ ଶକ୍ତିର ଆଶୀର୍ବାଦ ଦିଅନ୍ତୁ, ଯାହାଦ୍ୱାରା ସେ ମାଆ ଭାରତୀଙ୍କ ସେବାରେ ନିରନ୍ତର ନିୟୋଜିତ ରୁହନ୍ତୁ।

ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,  ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଜୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ। ତାଙ୍କର ଦୀର୍ଘ ବର୍ଷର ସାର୍ବଜନିକ ସେବା, ଯାହା ପ୍ରତିବଦ୍ଧତା ଓ ସତ୍ୟନିଷ୍ଠାରେ ଚିହ୍ନିତ, ନିରନ୍ତର ପ୍ରେରଣା ଦେଇଆସୁଛି। ତାଙ୍କୁ ଭଲ ସ୍ୱାସ୍ଥ୍ୟ ଓ ଦେଶସେବାରେ ଅବିରତ ଶକ୍ତି ପାଇଁ ଶୁଭେଚ୍ଛା।

ଉପରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଓ ସୁଖ-ଶାନ୍ତିର ଆଶୀର୍ବାଦ କରନ୍ତୁ।

Show More

Related Articles

Back to top button