
ଭୁବନେଶ୍ୱର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ଅବଶେଷରେ ଟଙ୍କା ମିଳିଛି। ୩ୟ କିସ୍ତିରୁ ବଞ୍ଚିତ ଥିବା ୧,୨୩,୮୪୯ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆଜି ୬୧ କୋଟି ଟଙ୍କାରୁ ଅଧିକ ରାଶି ଜମା କରାଯାଇଛି।
ଗତ ମାର୍ଚ୍ଚ ୮ ତାରିଖ, ମହିଳା ଦିବସ ଅବସରରେ ଏହି ମହିଳାମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇପାରିନଥିଲେ। ବିଭିନ୍ନ ପ୍ରାୟୋଗିକ ଓ ତଥ୍ୟ ସମସ୍ୟା କାରଣରୁ ୧.୨୩ ଲକ୍ଷରୁ ଅଧିକ ଲାଭାର୍ଥୀ ୪ର୍ଥ କିସ୍ତିରୁ ବଞ୍ଚିତ ହୋଇଥିଲେ।
ଏବେ ଭେରିଫିକେସନ୍ ପ୍ରକ୍ରିୟା ପରେ ସେମାନେ ପୁଣି ଯୋଗ୍ୟ ବୋଲି ଚିହ୍ନଟ ହୋଇଥିବାରୁ ଟଙ୍କା ମୁକ୍ତ କରାଯାଇଛି। ସରକାରୀ ସୂଚନା ଅନୁସାରେ, ଆହୁରି ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ‘ଫିଲ୍ଡ ଭେରିଫିକେସନ୍’ ପ୍ରକ୍ରିୟା ଚାଲିଛି।
ଏହା ସହିତ, ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୩.୨୬ ଲକ୍ଷ ନୂତନ ଆବେଦନ ମଧ୍ୟ ଆସିପହଞ୍ଚିଛି।



