ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଭିକି-କ୍ୟାଟ୍ରିନା

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚର୍ଚ୍ଚିତ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏଥିପାଇଁ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ ମେହେନ୍ଦୀ ସରିଥିଲା ।
ଗତକାଲି ହଳଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । କ୍ୟାଟ୍ରିନାଙ୍କ ମେହେନ୍ଦୀ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ବିବାହ ପାଇଁ ୬ ତାରିଖରୁ ରାଜସ୍ଥାନରେ ଅଛନ୍ତି କ୍ୟାଟ୍ରିନା ଓ ଭିକି । ଦୁଇ ପରିବାର ସଦସ୍ୟା ଓ ଅତିଥି ବି ପହଞ୍ଚି ସାରିଛନ୍ତି । ବିବାହରେ ୧୨୦ ଜଣ ସାମିଲ ହେଉଛନ୍ତି । ଯେଉଁଥିରେ ଅଛନ୍ତି ପରିବାର ଲୋକ, କିଛି ଫ୍ରେଣ୍ଡସ୍ ଓ ବି-ଟାଉନର ସେଲିବ୍ରିଟି । ହିନ୍ଦୁ ରୀତିନୀତିରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଅପରାହ୍ଣ ସାଢ଼େ ୩ଟାରୁ ୩ଟା ୪୫ ମିନିଟ ଭିତରେ ଦହେଁ ସାତ ଫେରା ନେବା ବୋଲି ସୂଚନା ମିିଳିଛି ।
ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କ ପାଇଁ କଟକଣା ଲାଗିଛି । ଅତିଥି କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ । ଓ୍ୱେଡିଂ ଭେନ୍ୟୁରେ କୋଭିଡ୍ ଟେଷ୍ଟିଂ ବ୍ୟବସ୍ଥା ବି ହୋଇଛି । ଅତିଥି ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଲାଗିଛି କଟକଣା । ବିବାହ ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ କରିଛନ୍ତି କ୍ୟାଟ୍ରିନା ଓ ଭିକି ।
she’s literally enjoying and being so happy and glowy on her special day 🪔#VickyKatrinaWedding | #KatrinaVickywedding | #vickatwedding pic.twitter.com/CsG88zPhzh
— 𝟎𝟗-𝟏𝟐-𝟐𝟎𝟐𝟏 ᝰ (@badasszoya) December 6, 2021