Breaking PLUSଦେଶମୁଖ୍ୟ ଖବର

ବିରାଟ କୋହଲିଙ୍କ ଜର୍ସି ୪୦ ଲକ୍ଷ ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ- ଭାରତୀୟ କ୍ରିକେଟର ଲୋକେଶ ରାହୁଲ ଓ ପତ୍ନୀ ଆଥିଆ ସେଟ୍ଟିଙ୍କ ଦ୍ବାରା ନିକଟରେ କ୍ରିକେଟ ଫର ଚାରିଟି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ଗରିବ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଭିପ୍‌ଲା ସଂଗଠନକୁ ସାହାଯ୍ୟ ଉଦ୍ଦେଶ୍ୟରେ ତାରକା କ୍ରିକେଟରଙ୍କ ଜର୍ସି ଓ ଅନ୍ୟାନ୍ୟ କ୍ରିକେଟ ସରଞ୍ଜାମ ନିଲାମ କରା ଯାଇଥିଲା। ଏହି ନିଲାମରେ ବହୁ ପ୍ରସିଦ୍ଧ କ୍ରିକେଟର ସେମାନଙ୍କ ଜର୍ସି, ବ୍ୟାଟ୍‌, ଗ୍ଲୋଭ୍‌ସକୁ ସାମିଲ କରିଥିଲେ।

ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲିଙ୍କ ଜର୍ସି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ବିରାଟ କୋହଲିଙ୍କ ଜର୍ସିରେ ସବୁଠାରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା। ସେହିପରି ବିରାଟଙ୍କ ଗ୍ଲୋଭ୍‌ସ ମଧ୍ୟ ୨୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟ୍‌ ୧୩ ଲକ୍ଷ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ବ୍ୟାଟ୍‌ ୧୧ ଲକ୍ଷ ଓ ଲୋକେଶ ରାହୁଲଙ୍କ ଜର୍ସି ୧୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

Show More

Related Articles

Back to top button