
ଆଜିଠୁ ଆରମ୍ଭ ହୋଇ ସୋମବାର ଶେଷ ହେବ ଭୋଟ ଗଣତି କାର୍ଯ୍ୟକ୍ରମ । ତିନି ଦିନ ଧରି ଚାଲିବ ଏହି ଭୋଟ ଗଣନା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଶନିବାରଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିଛି । ପ୍ରଥମ ଦିନର ମୋଟ ୩୧୫ ଟି ଜୋନ୍ର ଗଣତି ହେବ । ତେବେ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟର ତଥ୍ୟ ହାସଲ ହୋଇଛି । ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଆଗୁଆ ରହିଛି ।
ବିଜେଡି ୨୬୭ ଟି ଜୋନ୍ରେ ଆଗୁଆ ରହିଥିବା ବେଳେ ବିଜେପି ୨୯ଟି ଜୋନ୍ରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୧୪ଟି ଜୋନ୍ରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ୫ଟି ସିଟ୍ରେ ଆଗୁଆ ରହିଛି ।ଏନେଇ ରାଜ୍ୟ ନିର୍ବାଚନ ନିର୍ବାଚନ କମିଶନଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଶାନ୍ତି ଶୃଙ୍ଖଳାରେ ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତି ଗଣତି କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।