Breaking PLUSଦେଶମୁଖ୍ୟ ଖବରରାଜନୀତି

ଦେଶରେ ଚତୁର୍ଥ ପର୍ଯ୍ୟାୟରେ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଭୋଟିଂ

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସତ ଅଂଚଳର 96ଟି ଆସନରେ ସୋମବାର ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ସନ୍ଧ୍ୟା 5ଟା ଯାଏ ଚାଲିବ । ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ସମସ୍ତ 25ଟି ଲୋକସଭା ସିଟ ସହିତ ବିଧାନସଭାର 175ଟି ଆସନ ଏବଂ 147 ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାର 28ଟି ସିଟରେ ମତଦାନ ହେଉଛି । ଚତୁର୍ଥ ପର୍ଯ୍ୟାୟରେ ତେଲେଙ୍ଗାନାର ସମସ୍ତ 17ଟି, ବିହାରର 5ଟି, ଝାରଖଣ୍ଡର 4ଟି, ମଧ୍ୟପ୍ରଦେଶର 8ଟି, ମହାରାଷ୍ଟ୍ରର 11ଟି, ଓଡ଼ିଶାର 4ଟି, ପଶ୍ଚିମବଙ୍ଗର 8ଟି ଓ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ପ୍ରାୟ 17.70 କୋଟି ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିଣେ 8.73 କୋଟି ମହିଳା ଭୋଟର ଅଛନ୍ତି । ପ୍ରାୟ 1717 ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ 1.92ଲକ୍ଷ ମତଦାନ କେନ୍ଦ୍ର ହୋଇଛି ।

Show More

Related Articles

Back to top button