ଓଡ଼ିଶାସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ,ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଡ଼ରାଉଛି ସ୍ୱାଇନ ଫ୍ଲୁ । ରାଜ୍ୟରେ କିଛି ସ୍ଥାନରେ ସ୍ୱାଇନ ଫ୍ଲୁ ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଏନେଇ ସ୍ୱାଇନ ଫ୍ଲୁ ପାଇଁ ସତର୍କ ରହିବା ଲାଗି ସବୁ ସିଡିଏମଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚର ନିର୍ଦେଶକଙ୍କୁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଯେଉଁ ସନ୍ଦିଗ୍ଧ ସ୍ୱାଇନ ପ୍ଲୁ ଆସିବେ ସେମାନଙ୍କର ସ୍କ୍ରିନିଂ ସହିତ ରେକର୍ଡ ରଖାଯାଉ । ଏଥିସହିତ ସ୍ୱାଇନ ଫ୍ଲୁର ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ୨ ମାସ ତଳେ ରାଜଧାନୀରେ ୨ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଥିଲାବେଳେ ଜଣଙ୍କ ନମୁନା ପଜିଟିଭ ଆସିଥିଲା ।

 

 

Show More

Related Articles

Back to top button