ଓଡ଼ିଶାପାଣିପାଗ

ଆସନ୍ତା ୩୦ଯାଏ ରାଜ୍ୟରେ ଶୁଖିଲା ରହିବ ପାଗ

ଆସନ୍ତା ୩୦ଯାଏ ରାଜ୍ୟରେ ଶୁଖିଲା ରହିବ ପାଗ । ତେବେ ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି ।

ଅନ୍ୟପଟେ,  ୨୦ ଡ଼ିଗ୍ରୀ ତଳେ ରହିଛି ୧୫ ସହରରେ ରାତି ତାପମାତ୍ରା। କୋରାପୁଟରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୬ ଡ଼ିଗ୍ରୀ, ବୌଦ୍ଧ, ସୋନପୁର ଏବଂ ଫୁଲବାଣୀରେ ୧୭ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।

Show More

Related Articles

Back to top button