Breaking PLUSଓଡ଼ିଶାମୁଖ୍ୟ ଖବର
ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର- ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା କ୍ରମଶଃ ପଶ୍ଚିମ -ଉତ୍ତର ପଶ୍ଚିମ ଆଡକୁ ମୁହାଁଇବା ନେଇ ସୂଚନା ରହିଛି। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳକୁ ଗତି କରିବ। ଏବଂ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି।