Breaking PLUSଦେଶମୁଖ୍ୟ ଖବର

ହାର୍ଟରେ ବ୍ଲକେଜ କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସୋମବାର ତାଙ୍କୁ ଇଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଭବନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏବଂ ଆବଶ୍ୟକୀୟ ପରୀକ୍ଷା ପରେ ପରବର୍ତ୍ତୀ ପର୍ଯ୍ୟାୟ ଚିକିତ୍ସା ବିଷୟରେ ନିଷ୍ପତ୍ତି ନିଆଯିବ।

Show More

Related Articles

Back to top button