ଖେଳଦେଶଦେଶ ବିଦେଶସ୍ୱତନ୍ତ୍ର

ଆଫଗାନିସ୍ଥାନ ସହ ରୋହିତଙ୍କ ମ୍ୟାଚ ନଖେଳିବାର କଣ ରହିଛି କାରଣ

ଏସିଆ କପ୍ ୨୦୨୨ର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଖେଳିନାହାଁନ୍ତି । ତେବେ ଆଜି ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚ୍ ଖେଳିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିବାବେଳେ ରୋହିତଙ୍କ ପରିବର୍ତ୍ତେ କେ.ଏଲ୍ ରାହୁଲ ଟସ୍ ପାଇଁ ପଡ଼ିଆକୁ ଆସିଥିଲେ। କିନ୍ତୁ ରୋହିତ ଶର୍ମା ନଜର ଆସିନଥିଲେ ।

ତେବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କ୍ୟାପଟେନ୍ କେ.ଏଲ୍ ରାହୁଲ । ସେ କହିଛନ୍ତି ଯେ, ଦଳର ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚ୍ ଖେଳିବେ ନାହିଁ। କାରଣ ସେ ବିଶ୍ରାମ ନେବାକୁ ଚାହୁଛନ୍ତି। ଦଳ ପରିଚାଳନା କମିଟି ଚାହୁଁଛି କି ଆଗକୁ ଟି-୨୦ ବିଶ୍ୱକପ ଥିବା ବେଳେ ରୋହିତ ବିଶ୍ରାମ କରନ୍ତୁ । ସେହପରି ୟୁଜି (ଚହଲ), ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚର ଅଂଶ ନୁହଁନ୍ତି। ତାଙ୍କ ସ୍ଥାନରେ ଚହର, କାର୍ତ୍ତିକ ଏବଂ ଅକ୍ଷର ଦଳରେ ଯୋଗ ଦେଇଛନ୍ତି। ଏହି ଟୁର୍ନାମେଣ୍ଟକୁ ଆସିବା ପରେ ମଧ୍ୟ ଆମ ମନରେ ଟି-୨୦ ବିଶ୍ୱକପ ଥିଲା। ବିଶ୍ୱକପ ପୂର୍ବରୁ ଏହିପରି ଏକ ଟୁର୍ନାମେଣ୍ଟ ଖେଳିବା ଆମ ପାଇଁ ଏକ ଭଲ ଶିକ୍ଷା। ପରାଜୟରୁ ଆମେ କିଛି ଜିନିଷ ଶିଖିଛୁ। ବିଶ୍ୱକପରେ ପ୍ରତ୍ୟେକ ଖେଳାଳି ନିଭାଇବାକୁ ଥିବା ଭୂମିକାକୁ ଚୂଡ଼ାନ୍ତ ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।

Show More

Related Articles

Back to top button