
ଆପଣ ଜାଣିଛନ୍ତି କି ଏଟିଏମ୍ରୁ ଟଙ୍କା ଉଠାଇବା ଆଉଟିକେ ସୁରକ୍ଷିତ ହୋଇଯାଇଛି। ଏଟିଏମ୍ରୁ ଟଙ୍କା ଉଠାଇବାକୁ ହେଲେ ଗ୍ରାହକଙ୍କୁ ଓଟିପି ନମ୍ବର ଦେବାକୁ ପଡ଼ୁଛି। ଆଜ୍ଞ ହଁ ଯେଉଁମାନେ ଏସ୍ବିଆଇ ଏଟିଏମ୍ରୁ ୧୦ ହଜାର ଟଙ୍କା ଉଠାଇବେ ସେମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ଏଟିଏମ୍ ଟ୍ରାଞ୍ଜାକ୍ସନରେ ଠକେଇକୁ ରୋକିବା ପାଇଁ ଏହି ନୂଆ ନିୟମ ଆଣିଛି ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ଅଫ୍ ଇଣ୍ଡିଆ।
ଏସ୍ବିଆଇର ଏଭଳି ଏକ ନିୟମ ଦୁଇ ବର୍ଷ ତଳର। ଏଭଳି ନିୟମ ଆଣିବା ପୂର୍ବରୁ ୨୦୧୯ ଡିସେମ୍ବର ୨୬ ତାରିଖରେ ଏନେଇ ସୂଚନା ଦେଇଥିଲା ବ୍ୟାଙ୍କ। ପୂର୍ବ ସୂଚନା ଅନୁସାରେ ୨୦୨୦ ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହୋଇଆସୁଛି। ତେବେ ଯେଉଁମାନେ SBIର ଏହି ନିୟମ ବିଷୟରେ ଜାଣି ନାହାନ୍ତି ସେମାନେ ଏହା ଜାଣିବା ନିହାତି ଦରକାର। ଯଦି ଆପଣ ଏଟିଏମରୁ ୧୦ ହଜାର କିମ୍ବା ତଦୁର୍ଦ୍ଧ ଟଙ୍କା ଉଠାଉଛନ୍ତି ତେବେ ଟଙ୍କା ଉଠାଇଲା ବେଳେ ଆପଣଙ୍କ ପଞ୍ଜିକୃତ ନମ୍ବରକୁ ଏକ ଓଟିପି ଆସିବ। ଏହି ନମ୍ବର ଏଟିଏମ୍ରେ ଭରିଲା ପରେ ଆପଣ ଟଙ୍କା ଉଠାଇପାରିବେ। ଗୋଟିଏ ଟ୍ରାଞ୍ଜାକ୍ସନ ପାଇଁ ଗୋଟିଏ ଓଟିପି ଆସିବ।