Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଡବ୍ଲ୍ୟୁଏଚଓର ଅପିଲ

ନ୍ୟୁୟର୍କ- ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଶନିବାର କହିଛି ଯେ ଗାଜାର ଅଲ ଶିଫା ହସ୍ପିଟାଲରେ ଏହାର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସମ୍ଭବ ହେଉନାହିଁ। ସୂଚନାଯୋଗ୍ୟ, ଉତ୍ତର ଗାଜାର ଅଲ ଶିଫା ହସ୍ପିଟାଲରେ ନିକଟରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲକୁ ବହୁ ସମାଲୋଚନା କରାଯାଇଥିଲା କିନ୍ତୁ ଇସ୍ରାଏଲ ଏହାକୁ ଅସ୍ବୀକାର କରି ଆତଙ୍କବାଦୀଙ୍କ ଦ୍ୱାରା କ୍ଷେପଣାସ୍ତ୍ର ଉତକ୍ଷେପଣ ହେତୁ ହସ୍ପିଟାଲକୁ ଆକ୍ରମଣ କରାଯାଇଥିବା ଦାବି କରିଥିଲା।