କାହିଁକି ମା ସରସ୍ୱତୀଙ୍କୁ ବାକ୍ ଦେବୀ କୁହାଯାଏ : କଣ ରହିଛି ମାନ୍ୟତା
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ବତୀଙ୍କ ପୂଜା କରାଯାଇ ଥାଏ l କାରଣ ଏହି ଦିନ ମା ସରସ୍ବତୀଙ୍କ ଜନ୍ମ ହୋଇଥିଲା l ପ୍ରଚଳିତ ଏକ ପୌରାଣିକ କଥା ଅନୁସାରେ ବସନ୍ତ ପଞ୍ଚମୀ ଦିନ ବ୍ରହ୍ମା ସରସ୍ଵତୀଙ୍କର ରଚନା କରିଥିଲେ ଅର୍ଥାତ ସୃଷ୍ଟି କରିଥିଲେ

ବ୍ରହ୍ମଦେବ ଏପରି ଜଣେ ଦେବୀଙ୍କ ସଂରଚନା କଲେ ,ଯାହାଙ୍କର ଗୋଟିଏ ହାତରେ ବୀଣା ,ଅନ୍ୟ ହାତରେ ପୁସ୍ତକ ,ତୃତୀୟ ହାତରେ ମଳି ଓ ଚତୁର୍ଥ ହାତରେ ମୁଦ୍ରାରେ ଥିଲେ ମା l
ପୁରାଣରେ ବର୍ଣିତ ଅଛି ସୃଷ୍ଟି ସଂରଚନା ହେବା ବେଳକୁ ସବୁ ଜୀବନ୍ତ ଜୀବ ସ୍ୱର ହୀନ ଥିଲେ l ଯେତେବେଳେ ବ୍ରହ୍ମଦେବ ସରସ୍ୱତୀଙ୍କୁ କହିଲେ ବୀଣା ବଜାଇବା ପାଇଁ ସେତେବେଳେ ପ୍ରତେକ ଜୀବରେ ସ୍ୱର ଆସିଯାଇଥିଲା l ସେଥିପାଇଁ ସରସ୍ୱତୀଙ୍କୁ ବ୍ରହ୍ମଦେବ ବାକ୍ ଦେବୀ ବୋଲି ନାମ ଦେଇଥିଲେ l ଏହିଦିନ ମାତା ସରସ୍ଵତୀଙ୍କର ବିଧି ବିଧାନ ଭାବରେ ପୂଜା କରାଯାଇଥାଏ l ତାଙ୍କୁ ବିଦ୍ୟା ଦାତ୍ରୀ କୁହାଯାଉ ଥିବାରୁ ସମସ୍ତ ଶିକ୍ଷା ଅନୁଷ୍ଠାନରେ ମା ସରସ୍ଵତୀଙ୍କର ପୂଜା କରାଯାଇଥାଏ l ଶିକ୍ଷା ଅନୁଷ୍ଠାନ ସହିତ ସଙ୍ଗୀତ ଭିତିକ ଅନୁଷ୍ଠାନ ,ବାଦ୍ୟଯନ୍ତ୍ର ଅନୁଷ୍ଠାନରେ ମଧ୍ୟ ସରସ୍ୱତୀ ପୂଜା ଜାକଜମକ ଭବରେ ହୋଇଥାଏ l
ସେଦିନ ପ୍ରାୟ ଅଧିକାଂଶ ଲୋକ ନୂତନ ଗୃହ ଓ ଅଫିସ ଇତ୍ୟାଦି ପ୍ରତିଷ୍ଠା କରିବା ପାଇଁ ଇଛା ରଖିଥାନ୍ତି l ତେଣୁ ଅଧିକାଂଶ ଶୁଭ କାର୍ଯ୍ୟ ମଧ୍ୟ ଶ୍ରୀ ପଞ୍ଚମୀ ଦିନ କରାଯାଇଥାଏ l ଶ୍ରୀ ପଞ୍ଚମୀରେ ଯେଉଁ ମାନେ ନୂଆ କରି ଶିକ୍ଷା ଗ୍ରହଣ କରିବାକୁ ଇଛା ରଖିଥାନ୍ତି ସେମାନଙ୍କର ଖଡ଼ି ଛୁଆଁ କରାଯାଇଥାଏ l
* ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ଅନେକ ମହତ୍ୱ ରହିଛି l କୁହାଯାଏ ଯେ ଏହି ଦିନ ସରସ୍ୱତୀଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରିବା ଶୁଭ ହୋଇଥାଏ l ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ମଧ୍ୟ ଶୁଭ ଅଟେ l
* ବସନ୍ତ ପଞ୍ଚମୀ ଦିନ ପୂଜା ସ୍ଥଳ ନିକଟରେ ସରସ୍ୱତୀ ମାଙ୍କୁ ନିଜର ଖାତା ବହି ,କଲମ ପେନ୍ସିଲ ଇତ୍ୟାଦି ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ରଖା ଯାଇଥାଏ l କୁହାଯାଏ ଯେ ଏହା ଦ୍ୱାରା ଜ୍ଞାନର ବୃଦ୍ଧି ଓ ବରଦାନ ପ୍ରାପ୍ତି ହୋଇଥାଏ l
* ସରସ୍ବତୀ ପୂଜା ବିଧିବିଧାନ ଭାବରେ କରାଯିବ ସହିତ ଏହି ଦିନ ହଳଦିଆ ରଙ୍ଗର ଭୋଗ ମାଙ୍କୁ ଅର୍ପଣ କରାଯାଏ l ଯେପରି କି ବେସନ ଲଡୁ ,ବୁନ୍ଦୀ ଲଡୁ ଓ ପାଚିଲା କଦଳୀ ଇତ୍ୟାଦି ଅର୍ପଣ ହୁଏ ଯାହାଦ୍ୱାରା ମାତା ସରସ୍ଵତୀଙ୍କର କୃପା ଲାଭ ହୋଇଥାଏ l